ବ୍ୟବହାରକାରୀଙ୍କ ଆଲୋଚନା:Satya Narayan Baral

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Satya Narayan Baral, ଧନ୍ୟବାଦ ଗପୁ (ମୋ ଆଲୋଚନା) ୦୯:୧୬, ୧୪ ନଭେମ୍ବର ୨୦୨୨ (IST)[reply]
@Ssgapu22 ନମସ୍କାର ଭାଇ ମୋତେ ଗୋଟିଏ ଛୋଟିଆ ହେଲ୍ପ କରନ୍ତୁ - ନିଜର ଏକ ନୂଆ ଆର୍ଟିକିଲ ପେଜ ତିଆରି କରିବା ବେଳେ "+add article description" ଓପ୍ସନ କୁ କିପରି ଲଗାଇବି plz Satya Narayan Baral (ମୋ ଆଲୋଚନା) ୨୧:୨୫, ୧୯ ଡିସେମ୍ବର ୨୦୨୨ (IST)[reply]
ସତ୍ୟ ଭାଇ, ମୁଁ ଆପଣଙ୍କର କଥା ବୁଝିପାରିଲି ନାହିଁ । ଆପଣ କାଲି ଫାଙ୍କା ହେଲେ ମୋତେ ଫୋନ୍ କରିପାରିବେ ।

ଜୟ୍ ଜଗନ୍ନାଥ[ସମ୍ପାଦନା]

ଜୟ୍ ଜଗନ୍ନାଥ Satya Narayan Baral (ମୋ ଆଲୋଚନା) ୦୯:୩୮, ୧୪ ନଭେମ୍ବର ୨୦୨୨ (IST)[reply]

ଭାଇ ତୁମ ନଂ ଦିଅନ୍ତୁ Satya Narayan Baral (ମୋ ଆଲୋଚନା) ୨୨:୩୪, ୧୪ ଜାନୁଆରୀ ୨୦୨୪ (IST)[reply]

ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି ପ୍ରସଙ୍ଗରେ ଆପଣଙ୍କ ନିକଟର ସମ୍ପାଦନା[ସମ୍ପାଦନା]

ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି[ସମ୍ପାଦନା]

ଆଦରର @Satya Narayan Baral, ଆପଣ ଉଇକିପିଡ଼ିଆରେ ନୂଆ ହୋଇଥିବାରୁ ଉପରେ @Ssgapu22 ଦେଇଥିବା ଲିଙ୍କସବୁ ଖୋଲି ପଢ଼ିବା ପାଇଁ ଅନୁରୋଧ । ସେଥିରେ ବିଭିନ୍ନ ପ୍ରସଙ୍ଗ ଲେଖିବା ଶୈଳୀ, କଣ ଲେଖାଯାଇପାରିବ ଆଉ ଲେଖାଯିବ ନାହିଁ, କେମିତି ଲେଖାଯିବ ଏସବୁ ରହିଛି । ଦୟାକରି ସମୟ ଦେଇ ଧୀରେ ଧୀରେ ପଢ଼ିବେ ଫଳରେ ଆପଣଙ୍କ ଆଗାମୀ ପ୍ରସଙ୍ଗ ଉନ୍ନତ ହେବ । ଆପଣ ଆରମ୍ଭ କରିଥିବା ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି ପ୍ରସଙ୍ଗରେ ଅନେକ ଭୁଲଭଟକା ଥିଲା । ଉଇକିପିଡ଼ିଆ ଏକ ଏନସାଇକ୍ଲୋପିଡ଼ିଆ ହୋଇଥିବାରୁ ସବୁ ତୃତୀୟ ପୁରୁଷରେ ଲେଖାଯାଏ ("ଆପଣ ଭୁବନେଶ୍ୱରରୁ ପୁରୀ ଯିବା ବାଟରେ ସାକ୍ଷୀଗୋପାଳ ପଡ଼ିବ" ବଦଳରେ "ଭୁବନେଶ୍ୱରରୁ ପୁରୀ ଯିବା ବାଟରେ ସାକ୍ଷୀଗୋପାଳ ପଡ଼େ" ହେବ) । ସେହିଭଳି "ଆମ ଗାଁ କେନ୍ଦୁସାହି ପାଖରେ" ଭଳି ନିଜ ବାବଦରେ କୌଣସି ସୂଚନା ରହିବ ନାହିଁ । ସାଧାରଣତଃ ଏଭଳି ଲେଖା ସମ୍ପୂର୍ଣ୍ଣ ଭାବେ ଲିଭାଇଦିଆଯାଏ । @Ssgapu22 ଉପରେ ଦେଇଥିବା ଲିଙ୍କ ଭିତରୁ ଏ ପୃଷ୍ଠାଟି ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କାରଣ ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି ପ୍ରସଙ୍ଗରେ ଆପଣ ଗୋଟେ ମଧ୍ୟ ଆଧାର (ରେଫରେନ୍ସ) ଦେଇନାହାନ୍ତି । ସେ ପୃଷ୍ଠାରେ ଆଧାର କେମିତି ଦେବେ ରହିଛି । ବିନା ଆଧାରରେ ଉଇକିପିଡ଼ିଆରେ ରହିପାରିବ ନାହିଁ । ପୃଷ୍ଠାଟି ଲିଭାହେବା ଆଗରୁ ଦୟାକରି ଆଧାର ଖୋଜି ଦେବେ । ସାଧାରଣତଃ ପ୍ରତିଷ୍ଠିତ ଖବରକାଗଜ, ବହି, ପତ୍ରପତ୍ରିକା ତଥା କେତେକ ଅତି ଜଣାଶୁଣା ଇଣ୍ଟରନେଟ ଖବର ଆଧାର ଭାବେ ଦେଇହେବ । ବ୍ୟକ୍ତିଗତ ବ୍ଲଗ ବା ଅଳ୍ପ ଜଣା ୱେବସାଇଟ ଦେଇହେବନି । ଦୟାକରି ଏ ପୃଷ୍ଠା ଏବଂ ଲିଖନ ଶୈଳୀ ଭଲ ଭାବେ ସମୟ ଦେଇ ପଢ଼ିବେ ଓ ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି ପ୍ରସଙ୍ଗରେ ଆଧାର ଦେବେ । ଆଉ ଗୋଟେ କଥା । ସେ ପ୍ରସଙ୍ଗରେ ଅନାବଶ୍ୟକ ଫଟୋ ମୁଁ କାଢ଼ିଦେଇଛି । ଉଦାହରଣ ସ୍ୱରୂପ ବିଭିନ୍ନ ବର୍ଷର ମେଳଣର ଫଟୋ ବଦଳରେ ଗୋଟେ ବା ଅତି ଅଧିକ ହେଲେ ଦୁଇଟି ଫଟୋ ଯଥେଷ୍ଟ । ମନ୍ଦିରର ସମ୍ମୁଖ ଭାଗରେ ଏକାଧିକ ଫଟୋ ଅନାବଶ୍ୟକ । ମୁଁ ଯାହା ଲେଖା ଶୈଳୀ ବଦଳାଇଛି ତାକୁ ଧ୍ୟାନ ସହକାରେ ଆପଣ ଉଇକିପିଡ଼ିଆରେ କିଭଳି ଲେଖାଯାଏ ଓ କିଭଳି ଲେଖାଯିବା ଅନୁଚିତ ଜାଣିପାରିବେ । ତେବେ ଏବେ ପାଇଁ ଦୟାକରି ଅତି କମରେ ୩ଟି ଆଧାର ଦେବା ପାଇଁ ଚେଷ୍ଟାକରନ୍ତୁ । -- Psubhashish (ମୋ ଆଲୋଚନା) ୦୯:୩୩, ୧୧ ମଇ ୨୦୨୪ (IST)[reply]

@Satya Narayan Baral: ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି ପ୍ରସଙ୍ଗରେ ଆପଣ ଯୋଡ଼ିଥିବା ଦୁଇଟି ଆଧାର ଆଧାରଯୋଗ୍ୟ ନୁହେଁ । ଏଣୁ ନିକଟର ୬ଟି ସମ୍ପାଦନା ପଛକୁ ଫେରାଇଦେଲି । ବ୍ୟକ୍ତିଗତ ବ୍ଲଗ, LinkedIn/Facebook/Instagram/Twitter (X) ଆଦି ସୋସିଆଲ ମିଡ଼ିଆ ପୋଷ୍ଟ ମଧ୍ୟ ଅନୁପଯୁକ୍ତ । ଖବରକାଗଜ, ପତ୍ରପତ୍ରିକା, ବହି ଓ ଜଣାଶୁଣା ଅନଲାଇନ ଖବର ଯୋଡ଼ାଯାଇପାରିବ । ଛପା ପ୍ରକାଶନ କ୍ଷେତ୍ରରେ ଲିଙ୍କ ନିହାତି ଆବଶ୍ୟକ ନୁହେଁ । ଥିଲେ ଭଲ । ନ ହେଲେ ଚଳିବ । ଆଉ ଉପରେ ପଡ଼ିଥିବା "Unreferenced" ଛାଞ୍ଚଟି ନ କାଢ଼ିବାକୁ ଅନୁରୋଧ । ତାହା ପରିଚାଳକ ଓ ପୁରୁଖା ଉଉକିଆଳିମାନେ ସବୁ ଠିକ ଅଛି କି ନା ପରଖି କାଢ଼ିବେ । Psubhashish (ମୋ ଆଲୋଚନା) ୨୨:୨୬, ୨୦ ମଇ ୨୦୨୪ (IST)[reply]

ନିମାଇଁ ଚରଣ ହରିଚନ୍ଦନ‎[ସମ୍ପାଦନା]

ନିମାଇଁ ଚରଣ ହରିଚନ୍ଦନ‎ଙ୍କ ପ୍ରସଙ୍ଗକୁ ଆପଣ ବିନା ଆଲୋଚନାରେ "ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ‎"କୁ ଘୁଞ୍ଚାଇଥିଲେ । ଉଇକିପିଡ଼ିଆରେ ବିନା ଆଲୋଚନାରେ ଏଭଳି ପ୍ରସଙ୍ଗ ଘୁଞ୍ଚାଇବା ବିରୋଧରେ ନିୟମ ଅଛି ଓ ଆଗକୁ ଏଭଳି ନ କରିବାକୁ ଅନୁରୋଧ । କୌଣସି ବ୍ୟକ୍ତିବିଶେଷଙ୍କ ଉପାଧୀ ଅତି ଜଣାଶୁଣା ହୋଇଥିଲେ ପ୍ରସଙ୍ଗର ବିଭିନ୍ନ ସ୍ଥାନରେ ତାହା ରଖାଯାଏ । ହେଲେ ପ୍ରସଙ୍ଗର ନାମଟି ନିହାତି ଆବଶ୍ୟକ ନ ପଡ଼ିଲେ ବ୍ୟକ୍ତିଙ୍କ ନାମରେ ହିଁ ରହେ । ଯଦି ଉକ୍ତ ବ୍ୟକ୍ତିଙ୍କ ନାମ ସର୍ବସାଧାରଣରେ ନିହାତି ଅଜଣା ଏବଂ ଲୋକେ କେବଳ ଉପାଧୀରୁ ହିଁ ତାଙ୍କୁ ଚିହ୍ନନ୍ତି କେବଳ ସେଭଳି କ୍ଷେତ୍ରରେ ଉପାଧୀ ପ୍ରସଙ୍ଗର ନାମ ହେବ । --Psubhashish (ମୋ ଆଲୋଚନା)