ପ୍ରିୟା ବଦଲାନି

ଉଇକିପିଡ଼ିଆ‌ରୁ
ପ୍ରିୟା ବଦଲାନି
ଜନ୍ମ (1975-01-27) ୨୭ ଜାନୁଆରୀ ୧୯୭୫ (ବୟସ ୪୯)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୪-ଏବେଯାଏଁ
ଉଲ୍ଲେଖନୀୟ କୃତିଜବ୍ ଲଭ୍ ହୁଆ

ପ୍ରିୟା ବଦଲାନି (ହିନ୍ଦୀ : प्रिया बद्लानि; ଜନ୍ମ: ୨୭ ଜାନୁଆରୀ ୧୯୭୫)[୧] ଜଣେ ଭାରତୀୟ ଅଭିନେତ୍ରୀ ଓ ପୂର୍ବତନ ମଡେଲ୍ । ସେ ହିନ୍ଦୀ କଥାଚିତ୍ର ଓ ଟିଭି ଧାରାବାହିକରେ କାମ କରନ୍ତି । ଜୀ ଟିଭିରେ ପ୍ରସାରିତ ଧାରାବାହିକ ଜବ୍ ଲଭ୍ ହୁଆରେ ଆନ୍ୟା ଶର୍ଫ ଭୂମିକାରେ ଅଭିନୟ ପାଇଁ ଜଣାଶୁଣା । ସେ ଆମୀର ଖାନ୍‌ଙ୍କ ସହିତ କୋକା-କୋଲା ବିଜ୍ଞାପନରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ୨୦୦୪ ମସିହାରେ, ସେ ନାଚ୍ କଥାଚିତ୍ରରେ ଅଭିନୟ କରିଥିଲେ । ଧାରାବାହିକରେ ଅଭିନୟ କରିବା ପୂର୍ବରୁ ସେ ଅନ୍ୟ ଏକ କଥାଚିତ୍ର ସିଲ୍‌ସିଲେରେ ମଧ୍ୟ କାମ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବଦଲାନି ୧୯୭୫ ମସିହାର ଜାନୁଆରୀ ୨୭ ତାରିଖରେ, ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଜଣେ ଗ୍ରାଫିକ୍ ଡିଜାଇନର୍ ଭାବରେ ପାଠ ପଢ଼ୁଥିବାବେଳେ ଫ୍ୟାସନ୍ ଫଟୋଗ୍ରାଫର୍ ଭାବରେ କାମ କରିବା ଆରମ୍ଭ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ସେ ଜଣେ ମଡେଲ୍ ଭାବରେ କୋକା-କୋଲାର ବିଜ୍ଞାପନରେ ଆମୀର ଖାନ୍‌ଙ୍କ ସହିତ କାମ କରିଥିଲେ । ସେ ଫେୟାର୍ ଆଣ୍ଡ୍ ଲଭଲି, ବାଟିକା, ହାନସେଲ ଭଳି ଅନେକ କମ୍ପାନୀ ପାଇଁ ମଧ୍ୟ କାମ କରିଛନ୍ତି ।[୩] ୨୦୦୪ ମସିହାରେ, ନାଚ୍ ଓ ୨୦୦୫ ମସିହାରେ ସିଲ୍‌ସିଲେରେ କାମ କରିଥିଲେ ।[୪] ସେ ଦି ଫ୍ୟାସନ୍ ମାଗାଜିନ୍‌ରେ ମଧ୍ୟ ସ୍ଥାନ ପାଇଥିଲେ, ଯେଉଁଠାରେ ସେ ଭାରତର ସବୁଠାରୁ ଆକର୍ଷଣୀୟ ମହିଳା ତାଲିକାରେ ୨୪ ତମ ସ୍ଥାନରେ ରହିଥିଲେ । ୨୦୦୭ ମସିହାରେ, ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ଜବ୍ ଲଭ୍ ହୁଆରେ କାମ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. "priya badlani cameo". BCD. Retrieved 19 April 2013.
  2. "'Priya Badlani as City ki gori '". notoriousmodels. Archived from the original on 27 December 2013. Retrieved 25 May 2013.
  3. "Priya Badlani in premiere of Jabb Love Hua". BCD. {{cite web}}: Missing or empty |url= (help)[dead link]
  4. "Priya Badlani's Filmography". indiafm.com. Archived from the original on 17 June 2008. Retrieved 25 May 2013.
  5. "Priya Badlani's latest biography". {{cite web}}: Missing or empty |url= (help)

ବାହାର ଲିଙ୍କ୍[ସମ୍ପାଦନା]