ବ୍ୟବହାରକାରୀଙ୍କ ଆଲୋଚନା:PatiMadhusudan1958

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


PatiMadhusudan1958, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୧:୪୬, ୧୭ ଜୁଲାଇ ୨୦୨୧ (IST)[reply]

ଆପଣଙ୍କ ନିକଟର ସମ୍ପାଦନା[ସମ୍ପାଦନା]

ଆଦରର @PatiMadhusudan1958, ନିକଟରେ ଓ ଆଗରୁ ଆପଣ ସମ୍ପାଦନା କରିଥିବା ସବୁ ପ୍ରସଙ୍ଗରେ ଆପଣ ପ୍ରାୟତଃ ସୁବ୍ରତ କୁମାର ପୃଷ୍ଟି ‎ଓ ତାଙ୍କ ପ୍ରତିଷ୍ଠିତ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା‎ ବାବଦରେ ହିଁ ଲେଖିଛନ୍ତି । ୨୦୨୧ରୁ ୨୦୨୪ ଭିତରେ ଉଇକିପିଡ଼ିଆରେ ଆପଣ କେବଳ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ତାଙ୍କ ଅନୁଷ୍ଠାନ ବାବଦରେ ଲେଖିଥିବାରୁ ଆପଣଙ୍କୁ ପଚାରିବାକୁ ବାଧ୍ୟ ହେଉଛି । ଉଇକିପିଡ଼ିଆରେ ଉଇକିପିଡ଼ିଆରେ ନିଜ, ସାଙ୍ଗ, ଘରଲୋକ, ବନ୍ଧୁବାନ୍ଧବ ବା କାହା ସହ ଆର୍ଥିକ ବା ଅନ୍ୟାନ୍ୟ ସମ୍ପର୍କ ଥିବା ବେଳେ ତାଙ୍କ ବାବଦରେ ଲେଖିବା ବାରଣ । ଏହା ହିଁ ଆପଣଙ୍କୁ ଏକଥା ପଚାରିବାର କାରଣ । ଉଇକିପିଡ଼ିଆରେ ଜଣେ ସମ୍ପାଦନା ପାଇଁ ଆର୍ଥିକ ସହାୟତା ପାଇଥିଲେ ତାହା ମଧ୍ୟ ପ୍ରକାଶ କରିବାକୁ ବାଧ୍ୟ । ଆପଣ ନିଜର ନାମ ବା କୌଣସି ବ୍ୟକ୍ତିଗତ ତଥ୍ୟ ଦେବାର ଆବଶ୍ୟକତା ନାହିଁ । କିନ୍ତୁ ଉପର ଦୁଇଟି ନୀତି ଯଦି ଆପଣଙ୍କ କ୍ଷେତ୍ରରେ ଲାଗୁ ଦୟାକରି ବ୍ୟବହାରକାରୀ:PatiMadhusudan1958 ପୃଷ୍ଠାରେ ଶୀଘ୍ର ପ୍ରକାଶ କରନ୍ତୁ । ପ୍ରକାଶ କରିବା ଆଗରୁ ଆପଣଙ୍କୁ କୌଣସି ନୂଆ ପୃଷ୍ଠା ତିଆରି ବା ପୁରୁଣା ପୃଷ୍ଠା ସମ୍ପାଦନା ନ କରିବାକୁ ଅନୁରୋଧ । ଆପଣ ଯଦି କୌଣସି କାରଣରୁ ଉପର ଦୁଇ ନୀତି ବାବଦରେ ଭୁଲ ତଥ୍ୟ ଦିଅନ୍ତି ପରେ ଆପଣ କରିଥିବା ସମସ୍ତ ସମ୍ପାଦନା ସମ୍ପୂର୍ଣ୍ଣ ବା ଆଂଶିକ ଭାବେ କଢ଼ାଯାଇପାରେ । ଏଣୁ ଭୁଲ ତଥ୍ୟ ଓ ଅଧା ସତ ବଦଳରେ ସମ୍ପୂର୍ଣ୍ଣ ଭାବେ କୌଣସି ପ୍ରକାର ସମ୍ପର୍କ ଥିଲେ ଦୟାକରି ବ୍ୟବହାରକାରୀ:PatiMadhusudan1958 ପୃଷ୍ଠାରେ ପ୍ରକାଶ କରିବେ । ଧନ୍ୟବାଦ । Psubhashish (ମୋ ଆଲୋଚନା) ୦୪:୫୫, ୯ ମଇ ୨୦୨୪ (IST)[reply]

ଆପଣଙ୍କୁ ଅନୁରୋଧ କରିବାର ସପ୍ତାହେ ପରେ ମଧ୍ୟ ଆପଣ କୌଣସି ଉତ୍ତର ଦେଇନଥିବାରୁ ଆଉଥରେ ଲେଖୁଛି । ଆଗାମୀ ରବିବାର ଦିନ ଆପଣ ଓଡ଼ିଆ ଭାଷା ଆନ୍ଦୋଳନରେ କରିଥିବା ସମ୍ପାଦନାସବୁ ପଛକୁ ଫେରାଇଦିଆଯିବ । ଆପଣ ଆରମ୍ଭ କରିଥିବା ସୁବ୍ରତ କୁମାର ପୃଷ୍ଟିଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପ୍ରସଙ୍ଗଦୁଇଟି ପ୍ରସଙ୍ଗ ନେମସ୍ପେସରୁ ଆପଣଙ୍କ ବ୍ୟବହାରକାରୀ ଉପପୃଷ୍ଠାକୁ ଘୁଞ୍ଚାଇଦିଆଯିବ । ଆପଣ ଆଗକୁ ଉକ୍ତ ପ୍ରସଙ୍ଗସବୁ ବା ସମ୍ପର୍କିତ ପ୍ରସଙ୍ଗସବୁ ଭବିଷ୍ୟତରେ ସମ୍ପାଦନା କରିବେ ନାହିଁ । କଲେ ଆପଣଙ୍କ ବ୍ୟବହାରକାରୀ ଆକାଉଣ୍ଟ ଅଟକାଯାଇପାରେ । ମୁଁ ଉପରେ ଲେଖିଥିବା ଲିଙ୍କ ଖୋଲି ଆପଣ ଦରକାରୀ ତଥ୍ୟ ପ୍ରକାଶ କରିବେ । Psubhashish (ମୋ ଆଲୋଚନା) ୦୮:୩୮, ୧୮ ମଇ ୨୦୨୪ (IST)[reply]