ଡମ୍ବରୁଧର ଉଲାକା

ଉଇକିପିଡ଼ିଆ‌ରୁ
ଡମ୍ବରୁଧର ଉଲାକା
ବିଧାୟକ: ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୧୪
ପୂର୍ବ ଅଧିକାରୀଡମ୍ବରୁଧର ଉଲାକା
ପର ଅଧିକାରୀଡମ୍ବରୁଧର ଉଲାକା
ନିର୍ବାଚନ ମଣ୍ଡଳୀବିଷମ କଟକ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୦
ପୂର୍ବ ଅଧିକାରୀଡମ୍ବରୁଧର ଉଲାକା
ପର ଅଧିକାରୀଡମ୍ବରୁଧର ଉଲାକା
ନିର୍ବାଚନ ମଣ୍ଡଳୀବିଷମ କଟକ
ବିଧାୟକ: ୬ଷ୍ଠ, ୭ମ, ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୯୦
ପୂର୍ବ ଅଧିକାରୀଡମ୍ବରୁଧର ଉଲାକା
ପର ଅଧିକାରୀଡମ୍ବରୁଧର ଉଲାକା
ନିର୍ବାଚନ ମଣ୍ଡଳୀବିଷମ କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1937-07-01)ଜୁଲାଇ ୧, ୧୯୩୭
ବାଙ୍କିଲି
ମୃତ୍ୟୁ୧୪ ମଇ ୨୦୨୪(2024-05-14) (ବୟସ ୮୬)
ଭୁବନେଶ୍ୱର
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀଯଶୋଦା ଉଲାକା
ସନ୍ତାନ
ବାପା/ବୋଉଶ୍ୟାମଘନ ଉଲାକା
ବୃତ୍ତିରାଜନୀତିଜ୍ଞ

ଡମ୍ବରୁଧର ଉଲାକା (୧ ଜୁଲାଇ ୧୯୩୭ - ୧୪ ମଇ ୨୦୨୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଥିଲେ । ୧୯୯୦ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଡମ୍ବରୁଧର ଉଲାକା ୧୯୩୭ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ୟାମଘନ ଉଲାକା ଓ ପତ୍ନୀଙ୍କ ନାମ ଯଶୋଦା ଉଲାକା ।[୧] ତାଙ୍କ ବାପା ଜଣେ ରାଜନେତା, ଯିଏକି ୧ମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ବଡ଼ ଭାଇ ରାମଚନ୍ଦ୍ର ଉଲାକା ଓ ପୁତୁରା ସପ୍ତଗିରି ଉଲ୍ଲାକା ମଧ୍ୟ ରାଜନୈତିଜ୍ଞ ଓ ଓଡ଼ିଶାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଡମ୍ବରୁଧର ଉଲାକା ଓଡ଼ିଶା ରାଜନୀତିରେ କଂଗ୍ରେସ (ଇ) ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଥିଲେ । ୧୯୮୫ରୁ ୧୯୮୯ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ବିଷମ କଟକ ଭାରତୀୟ ଜାତୀୟ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ବିଷମ କଟକ ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ବିଷମ କଟକ କଂଗ୍ରେସ (ଇ)
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ବିଷମ କଟକ ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ବିଷମ କଟକ ଭାରତୀୟ ଜାତୀୟ କଂଗ୍ରେସ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ବିଷମ କଟକ ଭାରତୀୟ ଜାତୀୟ କଂଗ୍ରେସ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବିଷମ କଟକ ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

୨୦୨୪ ମସିହା ମଇ ମାସ ୧୪ ତାରିଖରେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Dambarudhara Ulaka". odishaassembly.nic.in. Odisha Assembly. Retrieved 13 February 2022.
  2. Ojha, Sibasankar (15 May 2024). "ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ଦେହାନ୍ତ". Sambad. Retrieved 15 May 2024.