Jump to content

ଅବସର ବେଉରିଆ

ଉଇକିପିଡ଼ିଆ‌ରୁ
ଅବସର ବେଉରିଆ
ଜନ୍ମ
ଅବସର ବେଉରିଆ

ମୃତ୍ୟୁ
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଭାରତୀୟ ପ୍ରଶାସନିକ ଅଧିକାରୀ, ବୈଦେଶିକ ସଚିବ

ଅବସର ବେଉରିଆ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ରାଷ୍ଟ୍ରଦୂତ ଥିଲେ । ସେ ଜାପାନରେ ଗୁରୁତ୍ୱପୂର୍ଣ୍ଣ ଭାରତୀୟ କୂଟନୈତିକ ମିଶନ, ପୂର୍ବତନ ସୋଭିଏତ ୟୁନିୟନ, ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ମିଆଁମାର, ଶ୍ରୀଲଙ୍କା ଏବଂ ମାଡାଗାସ୍କର ଆଦି ସାତଟି ଦେଶରେ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ କାର୍ଯ୍ୟ ମଧ୍ୟରେ ସେ ନନ-ଆଲାଇନମେଣ୍ଟ ଶିଖର ସମ୍ମିଳନୀ, ରାଜ୍ୟଗୋଷ୍ଠୀ ସରକାର ମୁଖ୍ୟ ସମ୍ମିଳନୀ ଏବଂ ଜି-୭୭ ସମ୍ମିଳନୀ ଇତ୍ୟାଦି ସମେତ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ଆନ୍ତର୍ଜାତୀୟ ଆଲୋଚନାରେ ଭାରତର ପ୍ରତିନିଧି ଦଳର ସଦସ୍ୟ ଭାବରେ ଯୋଗଦେଇଥିଲେ । ସେ ଓଡ଼ିଶା ମହାବୋଧି ସୋସାଇଟିର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ପାଞ୍ଚଟି ପୁସ୍ତକ ରଚନା କରିବା ସହ ଓଡ଼ିଆ ଅଧ୍ୟୟନ ଏବଂ ଗବେଷଣା ଅନୁଷ୍ଠାନ ଆନୁକୁଲ୍ୟରେ ଏଆଇସିଟିଇ ପାଇଁ ୨୦ଟି ଇଞ୍ଜିନିୟରିଂ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ ।[୧][୨] ଜଣେ ଚିତ୍ରଶିଳ୍ପୀ ଭାବରେ ସେ ଅନେକ ଜଣାଶୁଣା ଚିତ୍ରକଳା ସୃଷ୍ଟି କରିଥିଲେ । ତାଙ୍କର କଳାକୃତି ଲଳିତ କଳା ଏକାଡେମୀରେ ପ୍ରଦର୍ଶିତ ହେଉଛି । ସେ ଯତୀନ ଦାସ ସେଣ୍ଟର ଅଫ ଆର୍ଟ ସହ ମଧ୍ୟ ଜଡ଼ିତ ଥିଲେ । [୩]

ଜୀବନୀ[ସମ୍ପାଦନା]

ଶିକ୍ଷା[ସମ୍ପାଦନା]

ସେ ରେଭେନ୍ସା କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରିଥିଲେ । ତା'ପରେ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ । ପରେ ସେ ଭାରତୀୟ ବୈଦେଶିକ ସେବାରେ ଯୋଗଦେଇଥିଲେ । ଭାରତୀୟ ବୈଦେଶିକ ସେବାରୁ ଅବସର ନେବା ପରେ ସେ ଓଡ଼ିଶା ଫେରି ସାହିତ୍ୟ ରଚନା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଜଡ଼ିତ ଥିଲେ ।[୧]

ଦେହାନ୍ତ[ସମ୍ପାଦନା]

୨୦୨୨ ମସିହା ନଭେମ୍ବର ୧୬ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୧]

ରଚନାବଳୀ[ସମ୍ପାଦନା]

  • Bhitarkanika: The Mesmerising Mangrove (ଇଂରାଜୀରେ)
  • From Myanmar to Madagascar (ଇଂରାଜୀରେ)

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Former diplomat Abasar Beuria passes away, tributes pour in". The New Indian Express. Retrieved 2022-12-14.
  2. Service, Pragativadi News (2022-11-17). "Abasar Beuria, Former Indian Ambassador From Odisha, Passes Away". Pragativadi (in ଆମେରିକୀୟ ଇଂରାଜୀ). Retrieved 2022-12-14.
  3. "Abasar Beuria, Ambassador & beyond | Sambad English Abasar Beuria, Ambassador & beyond" (in ଆମେରିକୀୟ ଇଂରାଜୀ). 2022-11-21. Retrieved 2022-12-14.