ପୂଜା ବାନାର୍ଜୀ (୧୯୮୭ ଜନ୍ମ)

ଉଇକିପିଡ଼ିଆ‌ରୁ
(Puja Banerjeeରୁ ଲେଉଟି ଆସିଛି)
ପୂଜା ବାନାର୍ଜୀ
୨୦୨୩ ମସିହାରେ ୨୯ତମ କଲିକତା ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ପୂଜା ବାନାର୍ଜୀ
ଜନ୍ମ (1987-02-06) ୬ ଫେବୃଆରୀ ୧୯୮୭ (ବୟସ ୩୭)
ଜାତୀୟତାଭାରତୀୟ
ଅନ୍ୟ ନାମପୂଜା ବୋଷ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀକୁନାଲ ବର୍ମା (ବିବାହ: ୨୦୨୦)
ସନ୍ତାନ

ପୂଜା ବାନାର୍ଜୀ (ଜନ୍ମ: ୬ ଫେବୃଆରୀ ୧୯୮୭[୧]) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ପୂଜା ବୋଷ ଭାବରେ ମଧ୍ୟ ପରିଚିତ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଓ ବଙ୍ଗଳା କଥାଚିତ୍ର ଜଗତରେ କାମ କରନ୍ତି ।[୨][୩][୪] ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ତୁଝ୍ ସଙ୍ଗ୍ ପ୍ରୀତ୍ ଲାଗଇ ସଜନାରେ ତାଙ୍କ ଅଭିନୀତ ଭୂମିକା ବୃନ୍ଦା ପାଇଁ ସେ ଜଣାଶୁଣା । ସେ ୨୦୧୪ ମସିହାରେ ଝଲକ୍ ଦିଖ୍‌ଲା ଜା ଓ ୨୦୧୫ ମସିହାରେ କମେଡ଼ି ନାଇଟସ୍ ବଚାଓରେ ମଧ୍ୟ କାମ କରିଛନ୍ତି ।[୫]

ଅଭିନୟ ଜୀବନ[ସମ୍ପାଦନା]

୨୦୦୮ ମସିହାରେ, ସେ କାହାନୀ ହମାରେ ମହାଭାରତ କି ଜରିଆରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ତୁଝ୍ ସଙ୍ଗ ପ୍ରୀତ୍ ଲାଗଇ ସଜ୍‌ନାରେ କାମ କରିଥିଲେ, ଯେଉଁଥିରେ ସେ ଏକ ସାଧାରଣ ପଞ୍ଜାବୀ ଝିଅ ବୃନ୍ଦା ଭୂମିକାରେ ଅଭିନୟ କରିଥିଲେ ।[୬]

୨୦୧୧ ମସିହାରେ, ବୀଦୁ ଥେଡ଼ା ଜରିଆରେ ସେ ତେଲୁଗୁ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୭] ହିରଣ ଚାଟାର୍ଜୀଙ୍କ ସହିତ ସେ ମାଚୋ ମୁସ୍ତାନାରେ କାମ କରିଥିଲେ ।[୮] ସେ ଚ୍ୟାଲେଞ୍ଜ ୨, ରକି, ଦିୱାନା ହଲୋ ମନ ଭଳି କଥାଚିତ୍ରରେ କାମ କରିଥିଲେ ।

ଝଲକ୍ ଦିଖ୍‌ଲା ଜା ୭ରେ ସେ ଜଣେ ପ୍ରତିଯୋଗୀ ଭାବରେ କାମ କରିଥିଲେ । ୨୦୧୫ ମସିହାରୁ ୨୦୧୭ ଯାଏଁ ସେ କମେଡ଼ି ନାଇଟ୍ ବଚାଓରେ କାମ କରିଥିଲେ । ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ କବୁଲ୍ ହୈରେ ଆଫ୍ରିନ୍ ଭୂମିକାରେ ଅଭିନୟ କରିଥିଲେ ।[୯] ୨୦୧୬ ମସିହାରେ, ସେ ବିଗ୍ ବସ୍ ବାଂଲାକମେଡ଼ି ନାଇଟ୍ସ ଲାଇଭ୍‌ରେ ଭାଗ ନେଇଥିଲେ ।[୧୦]

୨୦୧୭ ମସିହାରେ, ସେ ମେହକ ଭୂମିକାରେ ଦେବରେ ଅଭିନୟ କରିଥିଲେ ।[୧୧] ୨୦୧୯ ମସିହାରେ, ସେ କିଚେନ୍ ଚମ୍ପିଆନ ୫ଖତରା ଖତରା ଖତରାରେ ଅତିଥି ଭାବରେ ଯୋଗ ଦେଇଥିଲେ ।[୧୨] ୨୦୨୦ ମସିହାରେ, ଜଗ ଜନନୀ ମା ବୈଷ୍ଣ ଦେବୀରେ ସେ ମା ବୈଷ୍ଣ ଦେବୀ ଭୂମିକାରେ ଅଭିନୟ କରିଥିଲେ ।[୧୩]

ଦୁଇ ବର୍ଷର ବ୍ୟବଧାନ ପରେ, ୨୦୨୨ ମସିହାରେ, ସେ ଷ୍ଟାର୍‌ପଲ୍ସରେ ପ୍ରସାରିତ ଧାରାବାହିକ ଅନୁପମା: ନମସ୍ତେ ଆମେରିକା ଜରିଆରେ ଅଭିନୟ ଜଗତକୁ ପୁଣି ଫେରିଥିଲେ ।[୧୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ପୂଜା ବାନାର୍ଜୀଙ୍କ ଅଭିନୀତ କଥାଚିତ୍ରର ତାଲିକା
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୧୧ ବୀଦୁ ଥେଡ଼ା ମେଘନା ତେଲୁଗୁ
୨୦୧୨ ମାଚୋ ମସ୍ତାନା ଦିବ୍ୟା ବଙ୍ଗାଳୀ
୨୦୧୨ ଚ୍ୟାଲେଞ୍ଜ ୨ ପୂଜା
୨୦୧୩ ରାଜଧାନୀ ଏକ୍ସପ୍ରେସ୍ ସୁନୀତା ହିନ୍ଦୀ
ଲଭେରିଆ ସୁଇଟି ବଙ୍ଗାଳୀ
ରକି ନନ୍ଦିନୀ
ଓଃ! ହେନ୍‌ରୀ ବୃଷ୍ଟି
ପ୍ରଳୟ ଅତିଥି କଳାକାର
ରମୈୟା ବସ୍ତାବୈୟା ହିନ୍ଦୀ
୨୦୧୪ ତିନ୍ ପତି ମୋହର ବଙ୍ଗାଳୀ
୨୦୧୬ ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି ସପ୍ନା ଅମର ସକ୍ସେନା ହିନ୍ଦୀ
୨୦୧୮ ହୋଇଚି ଅନ୍‌ଲିମିଟେଡ୍ ଲୋଲା ବଙ୍ଗାଳୀ

ଅଭିନୀତ ଦୂରଦର୍ଶନ ଧାରାବାହିକ/କାର୍ଯ୍ୟକ୍ରମ[ସମ୍ପାଦନା]

ପୂଜା ବାନାର୍ଜୀଙ୍କ ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମର ତାଲିକା
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ
2008 କାହାନୀ ହମାରେ ମହାଭାରତ କି ରାଧା
କାହାନୀ ଘର ଘର କି ବୃନ୍ଦା ସେରାବତ ଅତିଥି
କରମ ଅପ୍‌ନା ଅପ୍‌ନା
ସପ୍ନା ବାବୁଲ୍ କା... ବିଦାଇ
୨୦୦୮–୨୦୧୦ ତୁଝ୍ ସଙ୍ଗ୍ ପ୍ରୀତ୍ ଲଗାଇ ସଜନା ମୁଖ୍ୟ ନାୟିକା
୨୦୧୦ ସାଜନ ଘର୍ ଜାନା ହୈ ଅତିଥି
ସାଥ୍ ନିଭାନା ସାଥିଆଁ ନିଜେ ନୃତ୍ୟ
ସର୍ବଗୁଣ ସମ୍ପନ୍ନ ସ୍ୱରା
୨୦୧୧ ବାଳିକା ବଧୂ ଅତିଥି କଳାକାର
୨୦୧୨ ଏକ୍ ହଜାରୋଁ ମେଁ ମେରି ବେହେନା ହୈ
୨୦୧୩–୨୦୧୪ ଦେବୋଁ କା ଦେବ - ମହାଦେବ ଦେବୀ ପାର୍ବତୀ
୨୦୧୩ କମେଡ଼ି ନାଇଟ୍‌ସ୍ ଉଇଥ୍ କପିଲ ନିଜେ
୨୦୧୪ ଝଲକ୍ ଦିଖ୍‌ଲା ଜା ୭ ପ୍ରତିଯୋଗୀ
୨୦୧୫ ରଜିଆ ସୁଲ୍‌ତାନ ଯସ୍ମିନ
୨୦୧୫–୨୦୧୭ କମେଡ଼ି ନାଇଟ୍ସ ବଚାଓ ପ୍ରତିଯୋଗୀ
୨୦୧୫–୨୦୧୬ କବୁଲ୍ ହୈ ଆଫ୍ରିନ୍
୨୦୧୫ ଡର୍ ସବ୍‌କୋ ଲଗ୍‌ତା ହୈ ଡ. ରାଧିକା ଅଧ୍ୟାୟ ୧୮
ଝଲକ୍ ଦିଖ୍‌ଲା ଜା ୮ ଅତିଥି
କମେଡ଼ି କ୍ଲାସେସ୍
୨୦୧୬ ବିଗ୍ ବସ୍ ୯
ଫିଅର୍ ଫ୍ୟାକ୍ଟର: ଖତ୍ରୋଁ କେ ଖିଲାଡ଼ି ୭
କମେଡ଼ି ନାଇଟ୍ସ ଲାଇଭ୍ ପ୍ରତିଯୋଗୀ
ବିଗ୍ ବସ୍ ବଂଲା ୨ ଅତିଥି
୨୦୧୭ ଝଲକ୍ ଦିଖ୍‌ଲା ଜା ୯ ନିଜେ
ଦେବ୍ ମେହେକ ବର୍ମଣ/ବାଣୀ ସାହାୟ
କମେଡ଼ି ଦଙ୍ଗଲ ପ୍ରତିଯୋଗୀ
୨୦୧୮ ପୃଥ୍ୱୀ ବଲ୍ଲଭ ବିକ୍ରମଜିତଙ୍କର ପତ୍ନୀ
୨୦୧୯ କିଚେନ୍ ଚମ୍ପିଆନ ୫ ପ୍ରତିଯୋଗୀ
ଖତରା ଖତରା ଖତରା
ବିଷ ମକଦିନା
୨୦୨୦ ଜଗ ଜନନୀ ମା ବୈଷ୍ଣ ଦେବୀ ବୈଷ୍ଣ ଦେବୀ
୨୦୨୨ ଦି କପିଲ ଶର୍ମା ଶୋ କଷ୍ଟୋମର ଅଧ୍ୟାୟ ୨୪୬
୨୦୨୩ ଡ୍ୟାନ୍ସ ବାଂଲା ଡ୍ୟାନ୍ସ ବିଚାରିକା

ଅଭିନୀତ ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ ଆଧାର
୨୦୧୯–୨୦୨୧ ପାପ ପାରୁ/ରୁବିନା ବଙ୍ଗାଳୀ ୱେବ୍ ସିରିଜ୍
୨୦୨୨ ଅନୁପମା: ନମସ୍ତେ ଆମେରିକା ରିତିକା [୧୪]
୨୦୨୪ କାବାରେତ ଏଲିନା ବଙ୍ଗାଳୀ ୱେବ୍ ସିରିଜ୍

ଅଭିନୀତ ମ୍ୟୁଜିକ୍ ଭିଡିଓ[ସମ୍ପାଦନା]

ବର୍ଷ ଆଲବମ୍ ଗୀତ କଣ୍ଠଶିଳ୍ପୀ ଲାବେଲ୍
୨୦୧୬ ଆପ୍ ସେ ମୌସିକି ଆପ୍ ସେ ମୌସିକି ହିମେଶ ରେଶମ୍ମିୟା ଟି-ସିରିଜ୍, ଏଚ୍ଆର୍ ମ୍ୟୁଜିକ୍ ଲିମିଟେଡ୍

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୨୦୨୦ ମସିହାରେ, ସେ ତୁଝ୍ ସଙ୍ଗ୍ ପ୍ରୀତ୍ ଲଗାଇ ସଜନାରେ ତାଙ୍କର ସହ-ଅଭିନେତା କୁନାଲ ବର୍ମାଙ୍କୁ ବିବାହ କରିଥିଲେ ।[୨][୩][୪][୧୫] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଅଛି ।[୧୬][୧୭]

ଆଧାର[ସମ୍ପାଦନା]

  1. "Pooja Bose News". The Times of India. 11 June 2019. Archived from the original on 25 May 2021. Retrieved 23 May 2021.
  2. ୨.୦ ୨.୧ "Kunal Verma shares details of his engagement with Puja Banerjee, says he was commitment phobic earlier". Times of India. 14 August 2017. Archived from the original on 28 October 2018. Retrieved 25 August 2017.
  3. ୩.୦ ୩.୧ "Kunal Verma: After our break-up I realised that Puja Banerje was the one for me". The Times of India. Archived from the original on 20 October 2018. Retrieved 20 October 2018.
  4. ୪.୦ ୪.୧ "Actress Puja Banerjee gets engaged to beau Kunal Verma; see pics". India Today. Archived from the original on 28 November 2022. Retrieved 1 February 2024.
  5. Puja Banerjee eliminated from Jhalak Dikhhla Jaa, 29 July 2014, archived from the original on 26 September 2015, retrieved 29 July 2014
  6. Pooja Banerjee has blind faith over Ekta Kapoor Archived 8 July 2012 at Archive.is. One India. 6 November 2008
  7. "Actor Nikhil tastes commercial success". The Times of India. 19 December 2011. Archived from the original on 7 October 2013.
  8. "Macho Mustafa' is now 'Macho Mastana'". The Times of India. 24 February 2012. Archived from the original on 27 April 2013.
  9. Maheshwri, Neha (6 October 2015). "Mahadev's Parvati turns daayan in 'Qubool Hai'". The Times Of India. Archived from the original on 6 September 2018. Retrieved 6 October 2015.
  10. "Actress Puja Banerjee And Kunal Verma Welcome Baby Boy". NDTV. 9 October 2020. Archived from the original on 23 May 2021. Retrieved 23 May 2021.
  11. "Dev 2 actor Puja Banerjee: If it wasn't for Kunal, I wouldn't have been able to achieve so much in life". 2 July 2018. Archived from the original on 23 May 2021. Retrieved 23 May 2021. Mahek is the most mysterious and mischievous character in the show and it's only going to turn darker this season,"
  12. "Naagin 4: Puja Banerjee To REPLACE Surbhi Jyoti As NEW Naagin In Ekta Kapoor's Show?". ABP. 30 September 2019. Archived from the original on 23 May 2021. Retrieved 23 May 2021.
  13. "Patiala Babes' Paridhi Sharma replaces Puja Banerjee in Jag Jaanani Maa Vaishnodevi; here's her first look". Times Of India. 1 July 2020. Archived from the original on 1 February 2024. Retrieved 23 May 2021.
  14. ୧୪.୦ ୧୪.୧ "Puja Banerjee joins the cast of "Anupamaa:Namaste America" as Vanraj's ex-girlfriend Ritika". India Today (in ଇଂରାଜୀ). Archived from the original on 19 April 2022. Retrieved 2022-04-02.
  15. "Puja Banerjee-Kunal Verma Are Already MARRIED; TV Couple Kept Their Court Wedding As A Secret For 45 Days". ABP. 16 April 2020. Archived from the original on 23 May 2021. Retrieved 23 May 2021.
  16. "Puja Banerjee and Kunal Verma blessed with a baby boy". India Today. 10 October 2020. Archived from the original on 23 May 2021. Retrieved 23 May 2021.
  17. "Puja Banerjee's heartwarming note on embracing motherhood; recalls when she could not see her baby for three days post delivery". The Times of India. 14 October 2020. Archived from the original on 4 January 2021. Retrieved 23 May 2021.

ବାହାର ଲିଙ୍କ୍[ସମ୍ପାଦନା]