ହାଇପରକାଲେମିକ ପର୍ଯ୍ୟାୟ ପକ୍ଷାଘାତ

ଉଇକିପିଡ଼ିଆ‌ରୁ
(Hyperkalemic periodic paralysisରୁ ଲେଉଟି ଆସିଛି)
Hyperkalemic periodic paralysis
Gamstorp disease, Gamstorp episodic adynamy, adynamia episodica hereditaria with or without myotonia,[୧] HyperKPP[୨]
ବିଭାଗNeurology, medical genetics
ଲକ୍ଷଣEpisodes of muscle weakness[୨]
ଆକ୍ରାନ୍ତ ସମୟChildhood[୨]
ଅବଧି15 to 60 min[୨]
କାରଣGenetic mutation (autosomal dominant)[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, supported by genetic testing[୨]
ସଠିକ ରୋଗ ନିର୍ଣ୍ଣୟAndersen-Tawil syndrome, adrenal insufficiency[୨]
ଚିକିତ୍ସାPreventing attacks: Avoiding triggers, thiazide diuretics, carbonic anhydrase inhibitors[୨]
Treating attacks: Eating carbohydrates, salbutamol, calcium gluconate[୨]
PrognosisPoor[୨]
ପୁନଃପୌନିକ1 in 200,000[୩]

ହାଇପରକାଲେମିକ ପର୍ଯ୍ୟାୟ ପକ୍ଷାଘାତ (ଇଂରାଜୀ ଭାଷାରେ Hyperkalemic periodic paralysis/ HYPP) ହେଉଛି ଏକ ଜେନେଟିକ ରୋଗ ଯେଉଁଥିରେ ମାଂସପେଶୀ ଦୁର୍ବଳତା ଏବଂ ଉଚ୍ଚ ରକ୍ତ ପୋଟାସିୟମ୍ ସ୍ତର ହୋଇଥାଏ ।[୧] ଗୋଟିଏ ପର୍ଯ୍ୟାୟ ସାଧାରଣତ ୧୫ରୁ ୬୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।[୨] ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ସାମାନ୍ୟ କଠିନତା (stiffness ) ରହିପାରେ ।[୩] ଜଟିଳତା ମଧ୍ୟରେ ଦୁର୍ବଳତାକୁ ଅନ୍ତର୍ଭୁକ୍ତ କରିପାରେ ।[୨]

ବ୍ୟାୟାମ, ପୋଟାସିୟମ୍ ସମୃଦ୍ଧ ଖାଦ୍ୟ ଯେପରିକି ଆଳୁ, ଗର୍ଭଧାରଣ, ଅତ୍ୟଧିକ ତାପମାତ୍ରା, ଚାପ ଏବଂ ମଦ୍ୟପାନ ଦ୍ୱାରା ଆକ୍ରମଣ ଟ୍ରିଗର ହୋଇପାରେ ।[୩] ଅଧିକାଂଶ ମାମଲା ଏସସିଏନ୪ଏ (SCN4A) ଜିନର ପରିବର୍ତ୍ତନ ହେତୁ ଘଟିଥାଏ ଯାହା ସୋଡିୟମ୍ ଚ୍ୟାନେଲ୍ କାର୍ଯ୍ୟକ୍ରମରେ ଜଡ଼ିତ ଥାଏ ।[୩] ଅଟୋସୋମାଲ ପ୍ରାଧାନ୍ୟ ପ୍ରଣାଳୀରେ ଏହା ଉତ୍ତରାଧିକାରୀ ସୂତ୍ରରେ କାମକରେ ।[୩] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ଲକ୍ଷଣଗୁଡ଼ିକ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ଜେନେଟିକ୍ ପରୀକ୍ଷଣ ଦ୍ୱାରା ସମର୍ଥିତ ହୋଇପାରେ ।[୨]

ଟ୍ରିଗରଗୁଡିକୁ ଏଡ଼ାଇବା ହିଁ ଏହାର ପରିଚାଳନା ସହିତ ଜଡ଼ିତ ।[୨] ଶ୍ୱେତସାର ସମୃଦ୍ଧ ଖାଦ୍ୟ, ସାଲବୁଟାମୋଲ କିମ୍ବା କ୍ୟାଲସିଅମ୍ ଗ୍ଲୁକୋନେଟ ଖାଦ୍ୟ ଦେଇ ଆକ୍ରମଣର ଚିକିତ୍ସା କରାଯାଇପାରେ ।[୨] ଅନ୍ୟାନ୍ୟ ପ୍ରତିଷେଧକ ପ୍ରୟାସରେ ଥିଆଜାଇଡ୍ ମୂତ୍ରବର୍ଦ୍ଧକ କିମ୍ବା କାର୍ବୋନିକ୍ ଆନହାଇଡ୍ରେଜ୍ ଇନହିବିଟର ଦିଆଯାଇପାରେ ।[୨] ପ୍ରଭାବିତ ରୋଗୀମାନେ ଡିପୋଲାରାଇଜିଂ ଏଜେଣ୍ଟରୁ ଦୂରେଇ ରହିବା ଉଚିତ। [୨] ଦୀର୍ଘକାଳୀନ ଫଳାଫଳ ପ୍ରାୟତଃ ଖରାପ ହୋଇଥାଏ ।[୨]

ହାଇପରକାଲେମିକ୍ ପର୍ଯ୍ୟାୟ ପକ୍ଷାଘାତ ପ୍ରାୟ ୨୦୦,୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରେ ।[୩] ରୋଗର ଆରମ୍ଭ ସାଧାରଣତଃ ବାଲ୍ୟକାଳରେ ହୋଇଥାଏ, ଆକ୍ରମଣଗୁଡିକ ମଧ୍ୟ କିମ୍ବା ବିଳମ୍ବିତ ବୟସ ପର୍ଯ୍ୟନ୍ତ ଜାରି ରହିଥାଏ ।[୨] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[୨] ୧୯୫୧ ମସିହାରେ ଟାଇଲର ପ୍ରଥମେ ଏହି ଅବସ୍ଥା ବିଷୟରେ ବର୍ଣ୍ଣନା କରିଥିଲେ ।[୪] ହାଇପରକାଲେମିକ୍ ପର୍ଯ୍ୟାୟ ପାରାଲିସିସ୍ (ଇକ୍ୱିନ) ନାମକ ଏକ ସମତୁଲ ରୋଗରେ ଘୋଡ଼ା ମଧ୍ୟ ପ୍ରଭାବିତ ହୋଇପାରେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Hyperkalemic periodic paralysis | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 19 March 2021. Retrieved 3 July 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Sekhon, DS; Gupta, V (January 2021). "Hyperkalemic Periodic Paralysis". PMID 33231989. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Hyperkalemic periodic paralysis: MedlinePlus Genetics". medlineplus.gov (in ଇଂରାଜୀ). Archived from the original on 13 June 2021. Retrieved 3 July 2021.
  4. Rosenberg, Roger N.; Pascual, Juan M. (24 June 2020). Rosenberg's Molecular and Genetic Basis of Neurological and Psychiatric Disease: Volume 2 (in ଇଂରାଜୀ). Academic Press. p. 527. ISBN 978-0-12-813867-0. Archived from the original on 28 August 2021. Retrieved 4 July 2021.
  5. Robinson, Norman Edward; Sprayberry, Kim A. (2009). Current Therapy in Equine Medicine (in ଇଂରାଜୀ). Elsevier Health Sciences. p. 461. ISBN 978-1-4160-5475-7. Archived from the original on 2021-08-28. Retrieved 2021-07-04.