Jump to content

ୟୁରିଆ ଯୁକ୍ତ କ୍ରିମ

ଉଇକିପିଡ଼ିଆ‌ରୁ
(Urea containing creamରୁ ଲେଉଟି ଆସିଛି)
ୟୁରିଆ ଯୁକ୍ତ କ୍ରିମ
2D and 3D image of urea molecule
Clinical data
Trade namesDecubal, Carmol 40, Keralac, others
AHFS/Drugs.com
Pregnancy
category
  • US: C (Risk not ruled out)
Routes of
administration
Topical
ATC code
Legal status
Legal status
Identifiers
ChemSpider
  • none

ୟୁରିଆ ଯୁକ୍ତ କ୍ରିମ (ଇଂରାଜୀ ଭାଷାରେ Urea ବା carbamide- containing cream) ଔଷଧ ଭାବରେ ବ୍ୟବ‌ହାର ହୁଏ; ଶୁଖିଲା ଚର୍ମ ଥିଲେ ଓ ସୋରିଆସିସ, ଡର୍ମାଟାଇଟିସ ବା ଇକଥିଓସିସ (ichthyosis) ଆଦି ରୋଗମାନଙ୍କରେ ଗଲୁ ହେଲେ ଚମରେ ଏହା ଲଗାଯାଏ । [୧][୨][୩] ନ‌ଖ (nails) ନରମ କରିବାକୁ ମଧ୍ୟ ଏହା ବ୍ୟବ‌ହାର କରାଯାଏ । [୩]

ବୟଃପ୍ରାପ୍ତ ଲୋକଙ୍କର ସାଧାରଣତଃ କମ୍ ପ୍ରତିକ୍ରିୟା ହୁଏ ।[୪] ବେଳେ ବେଳେ ଚମ ଜ୍ୱାଳା ହୁଏ ।[୧] ଶୁଖିଲା ଚମ ୟୁରିଆ ଯୋଗୁ ଢିଲା ପଡ଼ିଯାଏ ।[୫] ଏଥିରେ ୫ରୁ ୧୦% ୟୁରିଆ (urea) ଥାଏ । [୨][୩]

ସନ ୧୯୪୦ରୁ ୟୁରିଆ ଯୁକ୍ତ କ୍ରିମ ମିଳୁଛି ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ବିନା ପ୍ରେସକ୍ରିପସନରେ (over the counter) ଦୋକାନରେ ମିଳେ ।[୩] ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୦% ୧୦୦ଗ୍ରାମ କ୍ରିମର ମୂଲ୍ୟ ୪.୩୭ ପାଉଣ୍ଡ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ WHO Model Formulary 2008 (PDF). World Health Organization. 2009. p. 310. ISBN 9789241547659. Retrieved 8 January 2017.
  2. ୨.୦ ୨.୧ ୨.୨ British national formulary : BNF 69 (69 ed.). British Medical Association. 2015. p. 796-798. ISBN 9780857111562.
  3. ୩.୦ ୩.୧ ୩.୨ ୩.୩ "Urea topical medical facts from Drugs.com". www.drugs.com. Retrieved 15 January 2017.
  4. Katsambas, Andreas; Lotti, Torello; Dessinioti, Clio; D'Erme, Angelo Massimiliano (2015). European Handbook of Dermatological Treatments (in ଇଂରାଜୀ) (3 ed.). Springer. p. 439. ISBN 9783662451397.
  5. "Urea Cream - FDA prescribing information, side effects and uses". www.drugs.com. Retrieved 15 January 2017.
  6. Loden, Marie; Maibach, Howard I. (1999). Dry Skin and Moisturizers: Chemistry and Function (in ଇଂରାଜୀ). CRC Press. p. 235. ISBN 9780849375200.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.