Jump to content

ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Long QT syndromeରୁ ଲେଉଟି ଆସିଛି)
ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ (Long QT syndrome)
କ୍ୟୁଟି ଇଣ୍ଟରଭାଲ (QT interval) ସ‌ହିତ ସାଇନସ ରିଦ୍ମର ((sinus rhythm)) ଗୋଟିଏ ସାଧାରଣ ଇସିଜି (ECG) ଚିତ୍ର । (କ୍ୟୁଟି ଇଣ୍ଟରଭାଲ ନୀଳ ରଙ୍ଗରେ ଚିହ୍ନିତ କରାଯାଇଛି)
ବିଭାଗହୃଦ୍‌ରୋଗ ବିଜ୍ଞାନ (Cardiology)
ଲକ୍ଷଣମୂର୍ଚ୍ଛା (Fainting), ଶ୍ରବଣହାନୀ (hearing loss) [୧]
କାରଣଜେନେଟିକ (Genetic), କେତେକ ଔଷଧ, ସ୍ୱଳ୍ପ ରକ୍ତ ପୋଟାସିଅମ, ସ୍ୱଳ୍ପ ରକ୍ତ କ୍ୟାଲସିଅମ, ହୃଦ୍‌ପାତ[୨]
ବିପଦ କାରକହଠାତ ମୃତ୍ୟୁର ପାରିବାରିକ ଇତିହାସ[୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ସ‌ହିତ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (Electrocardiogram) (ଇକେଜି) [୪][୩]
ସଠିକ ରୋଗ ନିର୍ଣ୍ଣୟବ୍ରୁଗାଡା ସିଣ୍ଡ୍ରୋମ, ଆରିଦମୋଜେନିକ ରାଇଟ ଭେଣ୍ଟ୍ରିକୁଲାର ଡିସପ୍ଲାସିଆ (arrhythmogenic right ventricular dysplasia)[୩]
ଚିକିତ୍ସାଯୋରଦାର ବ୍ୟାୟାମ, ଖାଦ୍ୟରେ ଯଥେଷ୍ଟ ପୋଟାସିଅମ (potassium), ବିଟା ବ୍ଲକରସ (beta blockers), ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator)[୫]
ପୁନଃପୌନିକ~ ୭,୦୦୦ ଲୋକରେ ଜଣେ[୫]
ମୃତ୍ୟୁ ସାନ୍ଦ୍ରତା~ବର୍ଷକୁ ୩,୫୦୦ ଲୋକ (USA)[୫]

Long QT syndrome (LQTS) ରୋଗରେ ହୃତ୍‌ପିଣ୍ଡସ୍ପନ୍ଦନର (heartbeat) ରିପୋଲାରାଇଜେସନ (repolarization) ହୋଇପାରେନି ।[୪] ଫଳରେ କାର୍ଡ଼ିଆକ ଆରିଦମିଆ ସଙ୍କଟ ଜାତ ହୋଇ ପାଲପିଟେସନ ବା ଦୃତ ହୃତ୍‌ସ୍ପନ୍ଦନ, ମୂର୍ଚ୍ଛା (Fainting), ପାଣିରେ ବୁଡ଼ିଯିବା ଓ ହୃଦ୍‌ପାତ (Sudden death) ହୋଇପାରେ । [୧] ଅଧିକ ବ୍ୟାୟାମ ବା ମାନସିକ ଚାପ ପଡ଼ିଲେ ଏହି ଘଟଣା ସୃଷ୍ଟି ହୁଏ । [୫] ଶ୍ରବଣହାନୀ (hearing loss) ଭଳି ଲକ୍ଷଣମାନ ମଧ୍ୟ ଦେଖାଯାଏ ।[୧]

ଜନ୍ମରୁ ବା ଜୀବନର ଅନ୍ୟ ସମୟରେ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ରୋଗ ହୋଇପାରେ । [୧] ଜେନେଟିକ ବେମାରୀର (genetic disorder) ଏକ ଅଂଶ ରୂପେ ଅନୁବଂଶୀକ (inherited) ରୋଗ ହୋଇପାରେ ।[୧] କେତେକ ଔଷଧ, ସ୍ୱଳ୍ପ ରକ୍ତ ପୋଟାସିଅମ, ସ୍ୱଳ୍ପ ରକ୍ତ କ୍ୟାଲସିଅମ ଯୋଗୁ ଜୀବନର ଅନ୍ୟ ସମୟରେ ଆରମ୍ଭ ହୋଇପାରେ ।[୨] ଆଣ୍ଟିଆରିଦମିଦ (antiarrhythmic), ଆଣ୍ଟିବାୟୋଟିକ (antibiotics), ଓ ଆଣ୍ଟିସାଇକୋଟିକ (antipsychotics) ଔଷଧ ବ୍ୟବ‌ହାର ଯୋଗୁ ମଧ୍ୟ ଏହା ଆରମ୍ଭ ହୋଇପାରେ ।[୨] ଲକ୍ଷଣ ସ‌ହିତ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (Electrocardiogram) (ଇକେଜି) ଚିତ୍ର (corrected QT interval >୪୪୦ରୁ ୫୦୦ ମି:ସେ:) ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୪][୩]

ଯୋରଦାର ବ୍ୟାୟାମ, ଖାଦ୍ୟରେ ଯଥେଷ୍ଟ ପୋଟାସିଅମ (potassium), ବିଟା ବ୍ଲକରସ (beta blockers), ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator) ସାହାଯ୍ୟରେ ଚିକିତ୍ସା କରାଯାଏ । [୫] ଅଣଚିକିତ୍ସିତ ଓ ହୃଦ୍‌ପାତ ହୋଇଥିବା ରୋଗୀର ୧୫ ବର୍ଷ ମଧ୍ୟରେ ୫୦% ମୃତ୍ୟୁ ସଙ୍କତ ରହେ ।[୬][୫] ଉପ‌ଯୁକ୍ତ ଚିକିତ୍ସା ପାଇଲେ ୨୦ ବର୍ଷ ମଧ୍ୟରେ ୧% ମୃତ୍ୟୁ ସମ୍ଭାବନା ରହେ ।[୩]

ପ୍ରାୟ ୭,୦୦୦ ଲୋକରେ ଜଣକୁ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ରୋଗ ହେଉଥିବା ଲକ୍ଷ କରାଯାଇଛି ।[୫] ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଏହି ରୋଗ ଅଧିକ ହୁଏ ।[୫] ଚାଳିଶ ବର୍ଷ ବୟସ ପୂର୍ବରୁ ଅଧିକାଂଶ ଲୋକଙ୍କର ଏ ରୋଗ ହୁଏ ।[୫] ବ୍ରୁଗାଡା ସିଣ୍ଡ୍ରୋମ, ଆରିଦମୋଜେନିକ ରାଇଟ ଭେଣ୍ଟ୍ରିକୁଲାର ଡିସପ୍ଲାସିଆ (arrhythmogenic right ventricular dysplasia) ସ‌ହିତ ଏହି ରୋଗ ମୃତ୍ୟୁର ସାଧାରଣ କାରଣ ଭାବରେ ନିର୍ଣ୍ଣୟ କରାଯାଇଛି ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ପ୍ରତି ବର୍ଷ ପ୍ରାୟ ୩,୫୦୦ ଲୋକ ମୃତ୍ୟୁ ବରଣ କରନ୍ତି ।[୫] ସନ ୧୯୫୭ରେ ପ୍ରଥମେ ଏହି ରୋଗର ସ୍ପଷ୍ଟ ବର୍ଣ୍ଣନା କରାଯାଇଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Long QT syndrome". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2017. Retrieved 14 December 2017.
  2. ୨.୦ ୨.୧ ୨.୨ Morita H, Wu J, Zipes DP (August 2008). "The QT syndromes: long and short". Lancet. 372 (9640): 750–63. doi:10.1016/S0140-6736(08)61307-0. PMID 18761222.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 736. ISBN 9780323448383.
  4. ୪.୦ ୪.୧ ୪.୨ Levine E, Rosero SZ, Budzikowski AS, Moss AJ, Zareba W, Daubert JP (August 2008). "Congenital long QT syndrome: considerations for primary care physicians". Cleve Clin J Med. 75 (8): 591–600. PMID 18756841.
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ "Long QT Syndrome". NHLBI, NIH (in ଇଂରାଜୀ). Retrieved 14 December 2017.
  6. Ackerman, MJ; Priori, SG; Dubin, AM; Kowey, P; Linker, NJ; Slotwiner, D; Triedman, J; Van Hare, GF; Gold, MR (January 2017). "Beta-blocker therapy for long QT syndrome and catecholaminergic polymorphic ventricular tachycardia: Are all beta-blockers equivalent?". Heart rhythm. 14 (1): e41–e44. doi:10.1016/j.hrthm.2016.09.012. PMID 27659101. Among patients who have experienced a LQTS-triggered cardiac event (arrhythmic syncope, arrhythmic syncope followed by seizures, or aborted cardiac arrest), the untreated natural history is grim, with >50% mortality at 15 years. open access publication – free to read
  7. Vincent, Jean-Louis; Abraham, Edward; Kochanek, Patrick; Moore, Frederick A.; Fink, Mitchell P. (2011). Textbook of Critical Care E-Book (in ଇଂରାଜୀ). Elsevier Health Sciences. p. 578. ISBN 1437715680.