Jump to content

ଗ୍ଲୁକାଗନ (ଔଷଧ)

ଉଇକିପିଡ଼ିଆ‌ରୁ
(Glucagonରୁ ଲେଉଟି ଆସିଛି)
ଗ୍ଲୁକାଗନ
Glucagon ball and stick model, with the carboxyl terminus above and the amino terminus below
Clinical data
Trade namesGlucaGen, others
AHFS/Drugs.commonograph
Pregnancy
category
  • US: B (No risk in non-human studies)
Routes of
administration
IV, IM, subQ
ATC code
Identifiers
  • Glucagon
CAS Number
PubChem CID
IUPHAR/BPS
ChemSpider
UNII
ChEMBL
Chemical and physical data
FormulaC153H225N43O49S
Molar mass3482.747314 g/mol
3D model (JSmol)
  • C[C@H]([C@@H](C(=O)N[C@@H](Cc1ccccc1)C(=O)N[C@@H]([C@@H](C)O)C(=O)N[C@@H](CO)C(=O)N[C@@H](CC(=O)O)C(=O)N[C@@H](Cc2ccc(cc2)O)C(=O)N[C@@H](CO)C(=O)N[C@@H](CCCCN)C(=O)N[C@@H](Cc3ccc(cc3)O)C(=O)N[C@@H](CC(C)C)C(=O)N[C@@H](CC(=O)O)C(=O)N[C@@H](CO)C(=O)N[C@@H](CCCNC(=N)N)C(=O)N[C@@H](CCCNC(=N)N)C(=O)N[C@@H](C)C(=O)N[C@@H](CCC(=O)N)C(=O)N[C@@H](CC(=O)O)C(=O)N[C@@H](Cc4ccccc4)C(=O)N[C@@H](C(C)C)C(=O)N[C@@H](CCC(=O)N)C(=O)N[C@@H](Cc5c[nH]c6c5cccc6)C(=O)N[C@@H](CC(C)C)C(=O)N[C@@H](CCSC)C(=O)N[C@@H](CC(=O)N)C(=O)N[C@@H]([C@@H](C)O)C(=O)O)NC(=O)CNC(=O)[C@H](CCC(=O)N)NC(=O)[C@H](CO)NC(=O)[C@H](Cc7cnc[nH]7)N)O
  • InChI=1S/C153H225N43O49S/c1-72(2)52-97(133(226)176-96(47-51-246-11)132(225)184-104(60-115(159)209)143(236)196-123(78(10)203)151(244)245)179-137(230)103(58-83-64-167-89-29-19-18-28-87(83)89)183-131(224)95(43-46-114(158)208)177-148(241)120(74(5)6)194-141(234)101(54-79-24-14-12-15-25-79)182-138(231)105(61-117(211)212)185-130(223)94(42-45-113(157)207)171-124(217)75(7)170-127(220)91(31-22-49-165-152(160)161)172-128(221)92(32-23-50-166-153(162)163)174-146(239)110(69-199)191-140(233)107(63-119(215)216)186-134(227)98(53-73(3)4)178-135(228)99(56-81-33-37-85(204)38-34-81)180-129(222)90(30-20-21-48-154)173-145(238)109(68-198)190-136(229)100(57-82-35-39-86(205)40-36-82)181-139(232)106(62-118(213)214)187-147(240)111(70-200)192-150(243)122(77(9)202)195-142(235)102(55-80-26-16-13-17-27-80)188-149(242)121(76(8)201)193-116(210)66-168-126(219)93(41-44-112(156)206)175-144(237)108(67-197)189-125(218)88(155)59-84-65-164-71-169-84/h12-19,24-29,33-40,64-65,71-78,88,90-111,120-123,167,197-205H,20-23,30-32,41-63,66-70,154-155H2,1-11H3,(H2,156,206)(H2,157,207)(H2,158,208)(H2,159,209)(H,164,169)(H,168,219)(H,170,220)(H,171,217)(H,172,221)(H,173,238)(H,174,239)(H,175,237)(H,176,226)(H,177,241)(H,178,228)(H,179,230)(H,180,222)(H,181,232)(H,182,231)(H,183,224)(H,184,225)(H,185,223)(H,186,227)(H,187,240)(H,188,242)(H,189,218)(H,190,229)(H,191,233)(H,192,243)(H,193,210)(H,194,234)(H,195,235)(H,196,236)(H,211,212)(H,213,214)(H,215,216)(H,244,245)(H4,160,161,165)(H4,162,163,166)/t75-,76+,77+,78+,88-,90-,91-,92-,93-,94-,95-,96-,97-,98-,99-,100-,101-,102-,103-,104-,105-,106-,107-,108-,109-,110-,111-,120-,121-,122-,123-/m0/s1 checkY
  • Key:MASNOZXLGMXCHN-ZLPAWPGGSA-N checkY
 ☒NcheckY (what is this?)  (verify)

ଗ୍ଲୁକାଗନ (ଇଂରାଜୀ ଭାଷାରେ Glucagon) ଏକାଧାରରେ ଏକ ଔଷଧ ଓ ହରମୋନ (hormone) ।[୧] ସ୍ୱଳ୍ପ ରକ୍ତ ଶର୍କରା (low blood sugar), ଅତିମାତ୍ରା ବିଟା ବ୍ଲକର (beta blocker overdose), ଅତିମାତ୍ରା କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blocker overdose) ଓ ଏପିନେଫ୍ରିନଦ୍ୱାରା (epinephrine) କିଛି ଉନ୍ନତି ନହେଉଥିବା ଆନାଫାଇଲାକ୍ସାଇସ (anaphylaxis) ଆଦି ରୋଗମାନଙ୍କରେ ଏହା ଔଷଧ ଭାବରେ ଦିଆଯାଏ । ଏହା ଶିରାଭ୍ୟନ୍ତର (injection into a vein), ମାଂସପେଶୀ (muscle) ଓ ଚର୍ମତଳ ଇଞ୍ଜେକସନ (under the skin) ଆକାରରେ ଦିଆଯାଏ ।[୨]

ଗ୍ଲୁକାଗନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ହୁଏ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସ୍ୱଳ୍ପ ରକ୍ତ ପଟାସିଅମ (low blood potassium) ଓ ନିମ୍ନ ରକ୍ତଚାପ (low blood pressure) ମଧ୍ୟ ହୋଇପାରେ ।[୧] ଫେଓକ୍ରୋମୋସାଇଟୋମା (pheochromocytoma) ଓ ଇନସୁଲିନୋମା (insulinoma) ରୋଗରେ ଏହି ଔଷଧ ଦେବାକୁ ସୁପାରିସ କରାଯାଏନାହିଁ ।[୨] ଗର୍ଭାବସ୍ଥାରେ ଏହି ଔଷଧ ଶିଶୁର କ୍ଷତି କରିବା ଜଣାଯାଇନାହିଁ ।[୩] ଏହା ଗ୍ଲାଇକୋଜେନୋଲାଇଟିକ (glycogenolytic) ଶ୍ରେଣୀର ଏକ ଔଷଧ ।[୨] ଏହି ଔଷଧଦ୍ୱାରା ଯକୃତରେ ଗ୍ଲାଇକୋଜେନ (glycogen) ବିଭାଜିତ ହୋଇ ଗ୍ଲୁକୋଜରେ (glucose) ପରିଣତ ହୁଏ ।[୨]

ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୬୦ରେ ଗ୍ଲୁକାଗନ ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଡୋଜର କ୍ରୟ ମୂଲ୍ୟ ୨୫.୭୫ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହାର ମୂଲ୍ୟ ପ୍ରାୟ ୧୧.୫୨ ପାଉଣ୍ଡ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୨୪୭.୩୨ ଆମେରିକୀୟ ଡଲାର ।[୬] ଗ୍ଲୁକାଗନ ହରମୋନର ଏହା ଏକ କୃତ୍ରିମ ପ୍ରତିରୂପ ଯାହା କାରଖାନାରେ ପ୍ରସ୍ତୁତ ହୁଏ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ British national formulary : BNF 69 (69 ed.). British Medical Association. 2015. p. 487. ISBN 9780857111562.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Glucagon". The American Society of Health-System Pharmacists. Retrieved 8 December 2016.
  3. "Glucagon (GlucaGen) Use During Pregnancy". www.drugs.com. Retrieved 27 December 2016.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Glucagon". International Drug Price Indicator Guide. Archived from the original on 17 December 2019. Retrieved 8 December 2016.
  6. "NADAC as of 2016-12-21 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-24. Retrieved 27 December 2016.